Sunday, 11 March 2018

ସଫଳ ବ୍ୟକ୍ତିତ୍ବ Successful Personality


   WAY TO SUCCESS
     ସମାଜରେ ଜଣେ ବ୍ୟକ୍ତିକୁ ସଫଳତା ହାସଲ କରିବାକୁ ହେଲେ ତାର ଶାରୀରିକ, ମାନସିକ, ବୌଦ୍ଧିକ, ନୈତିକ,ଆଧ୍ୟାତ୍ମିକ ତଥା ସାମଗ୍ରୀକ ବିକାଶର ଆବଶ୍ୟକତା ରହିଛି ସଠିକ ପନ୍ଥା ଅବଲମ୍ବନ କଲେ ମନୁଷ୍ୟର ବିକାଶ ସମ୍ଭବ ହୋଇଥାଏ  କଥାରେ ଅଛି:- "ମହାଜନ ଯେନ ଗତଃ ସଃ ପନ୍ଥା", ତେଣୁ ସଫଳ ବ୍ୟକ୍ତିଂକ ମତକୁ ଗ୍ରହଣ କରି କର୍ତ୍ତବ୍ୟନିଷ୍ଠ ଓ ନୀତିନିଷ୍ଠ ଭାବରେ କାର୍ଯ୍ୟକୁ ସମ୍ପନ୍ନ କଲେ ସଫଳତା ଆପେ ଆପେ ମିଳିଥାଏ  

ସଫଳତାର ମନ୍ତ୍ର

*  କର୍ମଫଳ ପାଇଁ ଅନ୍ୟକୁ ଦୋଷ ନଦେଇ ବରଂ ନିଜେହିଁ କଠିନ ପରିଶ୍ରମ କରିବାରେ ମନଧ୍ୟାନ ଦେବା ଦରକାର

*  ଜିତିବା ପାଇଁ କେବକ ବୁଦ୍ଧି ନୁହେଁ ବରଂ ସଚ୍ଚୋଟତା ସହ ପରିଶ୍ରମ କରିବାର ଆବଶ୍ୟକତା ରହିଛି

*  ଈର୍ଷା ପରାୟଣ ଲୋକେ ସଫଳ ହେବାର କୌଣସି ଉଦାହରଣ ନାହିଁ କାରଣ ଅନ୍ୟର ଭୁଲ୍ ଦେଖିବାରେ ହିଁ ଏମାନଙ୍କ ଜୀବନ କଟିଯାଏ

*  ପ୍ରତିଯୋଗିତାରେ ସାମିଲ ହେବା ନିମନ୍ତେ ନିଜର ବୁଦ୍ଧିକୁ ଉପଯୋଗ କରିବା ଆବଶ୍ୟକ ଏହା ଶୀର୍ଷରେ ପହଂଚାଇବାରେ ସହଯୋଗ କରିଥାଏ

*  ନିଜ ଚିନ୍ତାଧାରାରେ ଆଗକୁ ବଢ଼ିବା ସହ ଜଟିଳ ପରିସ୍ଥିତିରେ ଗୁରୁଜନଙ୍କ ପରାମର୍ଶ ନେବା ଉଚିତ୍

*  ପ୍ରଥମେ କଠିନ କାର୍ଯ୍ୟ ସମ୍ପୁର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ , ସହଜ କାର୍ଯ୍ୟ ସବୁ ଆପେ ଆପେ ହୋଇଯିବ

*  ସମୟକୁ ଅପେକ୍ଷା ନକରି ବରଂ ସମୟସହ ତାଳ ଦେଇ ନିଜ କାମକୁ ସମ୍ପାଦନା କରିବା ବୁଦ୍ଧିମତ୍ତାର ପରିଚୟ

*  ସମୟ ସବୁଠୁ ବଳବାନ ଓ ମୂଲ୍ୟବାନ ଏହି କଥାକୁ ବୁଝିପାରିବା ହିଁ ସଫଳତାର ଚାବିକାଠି

*  ଅନ୍ୟର ସଫଳତାରେ ଈର୍ଷାପରାୟଣ ନହୋଇ ବରଂ ନିଜ କାମକୁ ନିଷ୍ଠାରସହ ସମାପନ କରିବାକୁ ଚେଷ୍ଟାକରିବା ଉଚିତ୍

*  ଉତ୍ତମ ପରାମର୍ଶକୁ କେବଳ ଗ୍ରହଣ ନକରି ବରଂ ନିଜ କାମରେ ଏହାର ଯଥା ଉପଯୋଗ କଲେ ସଫଳତା ମିଳିଥାଏ

* Do it :-
କୌଣସି କଥା କହିବା ପୂର୍ବରୁ ପ୍ରଥମେ ଶୁଣନ୍ତୁ,
କିଛି କାମ କରିବା ପୂର୍ବରୁ ଚିନ୍ତା କରନ୍ତୁ,
ଅନ୍ୟକୁ ଆକ୍ଷେପ କରିବା ପୂର୍ବରୁ ଅପେକ୍ଷା କରନ୍ତୁ,
ପ୍ରାର୍ଥନା କରିବା ପୂର୍ବରୁ କ୍ଷମା କରନ୍ତୁ,
କୌଣସି କାର୍ଯ୍ୟରୁ ବିରତ ହେବା ପୂର୍ବରୁ ଥରେ ଚେଷ୍ଟା କରି ଦେଖନ୍ତୁ,
ଅନ୍ୟକୁ ବଦଳେଇବା ପୂର୍ବରୁ ନିଜକୁ ବଦଳାନ୍ତୁ

*  ମନରେ ନକରାତ୍ମକ ଭାବନା ଆଣିବା ଅର୍ଥ ନିଜ ସାମର୍ଥ୍ୟକୁ ହ୍ରାସ କରିବା ସବୁ କାମରେ ନିଜର ପାରିବା ପଣକୁ ଜାହିର କରନ୍ତୁ

*  ନିଜେ ଏକ ସୁଖମୟ ଜୀବନ ବଂଚିବାକୁ ଚାହୁଁଥିଲେ, ନିଜକୁ ଏକ ସଂଘର୍ଷ ପୂର୍ଣ୍ଣ ଜୀବନ ମଧ୍ୟରେ ଗତି କରିବାକୁ ପ୍ରସ୍ତୁତ କରନ୍ତୁ There is no short cut way for success.

*  ନିଜ ପାଖରେ ଯେତେ ଜ୍ଞାନ କିମ୍ବା ଦକ୍ଷତା ଥିଲେ ସୁଦ୍ଧା ଯଦି ପାଖରେ ସାହସ ନାହିଁ, ତେବେ ଆପଣ କୌଣସି କାମରେ ସଫଳତା ହାସଲ କରି ପାରିବେ ନାହିଁ ତେଣୁ ସବୁକାମ କରିବା ପୂର୍ବରୁ ନିଜ ସାହସକୁ ଏକଜୁଟ କରି କାମ କରନ୍ତୁ

*  ମନ ଉପରେ ନିୟନ୍ତ୍ରଣ କରିବା ଶିଖନ୍ତୁ ଏହା ଫଳରେ ଆପେ ଆପେ ଶରୀର ଉପରେ ନିୟନ୍ତ୍ରଣ ଆସିଥାଏ ଆପଣ ସଫଳ ହେବାକୁ ଚାହୁଁଥିଲେ ଏକ ସୁସ୍ଥ ମନ ସହ ସୁସ୍ଥ ଶରୀରର ମଧ୍ୟ ଆବଶ୍ୟକତା ରହିଥାଏ

*  ଜଣେ ବିଜେତା ହେବା ପୂର୍ବରୁ ନିଜକୁ ଏକ ବିଜେତା ଭଳି ଅନୁଭବ କରାଇବା ଉଚିତ୍ ନିଜ ମଧ୍ୟରେ ସେହିଭଳି ଆତ୍ମବିଶ୍ବାସ ଆଣିବାର ଆବଶ୍ୟକତା ଥାଏ ଅନ୍ୟମାନଂକ ବ୍ୟବହାରରେ କେବେ ହେଲେ ବିବ୍ରତ ହୁଅନ୍ତୁ ନାହିଁ ନିଜ ମନର କଥା ଶୁଣନ୍ତୁ ଏବଂ ସେହି ଅନୁସାରେ ନିଷ୍ପତି ନେଇ କାର୍ଯ୍ୟ କରନ୍ତୁ ଅନ୍ୟଠାରୁ ଯେପରି ବ୍ୟବହାର ଆଶା କରନ୍ତି, ଅନ୍ୟମାନଂକୁ ସେହିଭଳି ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ

*  କାର୍ଯ୍ୟ କରି ସଫଳତା ହାସଲ କରିବା କୌଣସି ବଡକଥା ନୁହେଁ ସଫଳତାକୁ ବଜାୟ ରଖିବା ଗୁରୁତ୍ବପୂର୍ଣ୍ଣ କଥା

*  ଅନ୍ୟ ମୁହଁରେ ଖୁସି ଦେଖିଲେ ହସିବାକୁ ଚେଷ୍ଟା କରନ୍ତୁ ନିଜେ ଖୁସିରହିବା ସହ ଅନ୍ୟମାନଂକୁ ଖୁସିରେ ରଖିବାକୁ ଚେଷ୍ଟାକରନ୍ତୁ

*  ଦୁର୍ଦ୍ଦିନ ସମୟରେ କେବେ ହାର ମାନନ୍ତୁ ନାହିଁ କାରଣ ଆପଣଂକର ଦକ୍ଷତା ଏହି ସମୟରେ ହିଁ ଜଣା ପଡ଼ିଥାଏ ଯଦି ଏକ ପ୍ରତିକୁଳ ପରିସ୍ଥିତିରେ ଆପଣ ସଂଘର୍ଷ କରି ସଫଳତାର ସ୍ବାଦ ଚାଖିପାରନ୍ତି, ତେବେ ଏହା ଆପଣଂକ ଜୀବନରେ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିଵ

*   ସହନଶୀଳବ୍ୟକ୍ତି ନିଜ ମାର୍ଗର ଅନେକ କଷ୍ଟ, ବିଷମତା, ଝଡ଼ଝଂଜା,ଅସହିଷ୍ଣୁତା ଆଦି ପାର କରି ନିଜ ଲକ୍ଷ୍ୟରେ ପହଂଚି ପାରେ

*  ନିଜ ଭବିଷ୍ୟତ ନିଜ ହାତରେ ଥାଏ ଏହାକୁ ନିଜେହିଁ ତିଆରି କରିବାକୁ ପଡ଼େ ନିଜ ପାଇଁ ନିଜେ ପଥ ବାଛନ୍ତୁ ଏବଂ ତାହା ମାଧ୍ୟମରେ ଆଗକୁ ବଢନ୍ତୁ ତେବେ କହା କଥାରେ ନିଜକୁ ପ୍ରଭାବିତ କରିବା ପୂର୍ବରୁ ଏହା ଠିକ୍ କି ଭୁଲ ବିଚାର କରନ୍ତୁ

*  ଅନ୍ୟର ଦୁର୍ଗୁଣକୁ ତର୍ଜମା ନକରି,ନିଜ ଭିତରେ ଥିବା ଦୁର୍ଗୁଣକୁ ଦୂର କରିପାରୁଥିବା ବ୍ୟକ୍ତିହିଁ ଚରିତ୍ରବାନ୍ ହୋଇପାରେ ନିଜ ଜୀବନର ଲକ୍ଷ୍ୟ ପଥରେ ଆଗେଇବାକୁ ହେଲେ କଷ୍ଟ ସହିଷ୍ଣୁ ଓ ଦୃଢ଼ ପ୍ରତିଜ୍ଞ ହେବା ନିହାତି ଆବଶ୍ୟକ

*  ସଠିକ୍ ସିଦ୍ଧାନ୍ତ ନେଇ ପାରୁଥିବା ବ୍ୟକ୍ତି ତା’ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରେ

*  ଭଗବାନ ମଣିଷକୁ ଦେଇଥିବା ବାହ୍ୟ ଉପହାର ମଧ୍ୟରୁ ‘ସମୟ’ ସବୁଠୁଁ ଶ୍ରେଷ୍ଠ ଏବଂ  ଅନ୍ତର୍ନିହିତ ଉପହାର ଗୁଡ଼ିକ ହେଲା :-ବୁଦ୍ଧି, ବିବେକ, ଜ୍ଞାନ, ଚିନ୍ତା, ଦୟା, କ୍ଷମା, ସ୍ନେହ, ଅନୁରାଗ, ଭଲପାଇବା, ଭକ୍ତି, ସ୍ମରଣ ଶକ୍ତି,ସାଧୁତା, ଧୈର୍ଯ୍ୟ, ନମ୍ରତା,ସହିଷ୍ଣୁତା ଆଦି ପ୍ରଧାନ


TEN STEPS TO SUCCESS
Knowledge gives confidence
Confidence inspires enthusiasm
Enthusiasm encourages work
Work  requires planning
Planning fosters determination
Determination improves courage
Courage breed preservance
Preservance induces tact
Tact accompanies courtesy
Courtesy lead to success.


Always  Practice
*  Keep smiling.
*  Wake up ! Do not rest until you have achieve your goal.
*  You must be prepared to face hardships in your life.
*  One who knows himself to be part of God neither blames failure on others nor attributes success to himself.
*  It is your responsibility to cultivate courtesy, simplicity, empathy and compassion.
*  Discipline yourself, without discipline you cannot experience your true nature.
*  Keep your mind engaged in useful tasks, do not let it go idle.
*  Patience and hope will enable you to face any situation.
*  When others look outside for worldly treasure, look inside for the treasure within yourself.
*  Great man go far on their paths because they walk alone. Their inspiration comes from within.
*  Do not depend on others. The day you develop faith in the strength of your own hands, feet and heart, your soul will tell you to go forth alone.
*  It is impossible to bring about a change in anyone’s thinking without love.
*  Awaken your self  confidence, until you change your mindset, you cannot be rid of these adverse  situations, you cannot create favourable conditions until you believe that you are fully capable of doing so.


ନୀତିବାଣୀ
ଓଡ଼ିଆ

* ସଂସାରରେ କେହି କାହାର ମିତ୍ର ବା ଶତ୍ରୁ ହୋଇ ଆସି ନଥାନ୍ତି ମନୁଷ୍ୟର ବ୍ୟବହାର ଦ୍ବାରା ମିତ୍ର ଓ ଶତ୍ରୁ ସୃଷ୍ଟି ହୋଇଥାନ୍ତି

* ଯେଉଁ ପିତା ଓ ମାତାମାନେ ସନ୍ତାନକୁ ଶିକ୍ଷା ଦିଅନ୍ତି ନାହିଁ ସେମାନେ ସନ୍ତାନର ଶତ୍ରୁପରି ଅଟନ୍ତି

* ନିଜର ସନ୍ତାନ ବା ଶିଷ୍ୟକୁ ଅତ୍ୟଧିକ ଆଦର କଲେ ଚରିତ୍ରରେ ତ୍ରୁଟି ଜାତ ହୁଏ ତେଣୁ ସେମାନଂକୁ ଅତ୍ୟଧିକ ଆଦର ନକରି ଆବଶ୍ୟକ ସ୍ଥଳେ ଶାସନ କରିବା ଉଚିତ୍

* ବିପଦରେ ସହଯୋଗୀ ହିଁ ପ୍ରକୃତ ବନ୍ଧୁ

* ଆଗରେ ପ୍ରିୟ କଥା କହୁଥିବା ଓ ପଛରେ ନିଜର କ୍ଷତି କରୁଥିବା ବ୍ୟକ୍ତିଠାରୁ ବୁଦ୍ଧିମାନ୍ ବ୍ୟକ୍ତି ସର୍ବଦା ପରିତ୍ୟାଗ କରିଥାଏ

* ଥରେ ଶତ୍ରୁତା ହେଲେ ପୁଣି ସେଠାରେ ମିତ୍ରତା କରିବା, ଆତ୍ମଘାତୀ କାର୍ଯ୍ୟ ପରି ହୋଇଥାଏ

* ଲୋଭରୁ କ୍ରୋଧ ଓ କ୍ରୋଧରୁ ଶତ୍ରୁତା ଜାତ ହୁଏ

* ଦୁର୍ଜନ ସଂଗେ କଲେ ବାସ, ନିଶ୍ଚୟ ହେବ ସର୍ବନାଶ

* ନମ୍ରତା ହିଁ ମଣିଷର ସୁଖ, ଶାନ୍ତି, ସମୃଦ୍ଧି ଓ ପ୍ରଗତିର ଉତ୍ସ

* ସହନଶୀଳତା ବିଚାରବନ୍ତ ମଣିଷର ପ୍ରଧାନ ଉତ୍ସ

* ଜୀବନ ଏକ ରହସ୍ୟ ଯାହାକୁ ଭେଦ କରାଯାଏ

* ଜୀବନ ଏକ ସମସ୍ୟା ନୁହେଁ କି ତାର ବିଶ୍ଳେଷଣ କରାଯାଏନା, ବଂଚିବାର କଳା ଜାଣିଥିବା ଲୋକ ପାଇଁ ଜୀବନ ଅତି ଚମତ୍କାର

* ଧନବଳ ଓ କ୍ଷମତାବଳ ଅପେକ୍ଷା ଆତ୍ମବଳ ବା ମନୋବଳ ଅଧିକ ଶକ୍ତିଶାଳୀ

* ଆପଣ ନିଜ ଶରୀରର ମାଲିକ ନିଜେ, ତେଣୁ ଆପଣ ନିଜ ପାଖରେ କେଉଁ ଗୁଣ ରଖିବେ ଓ କେଉଁ ଗୁଣ ତ୍ୟାଗ କରିବେ, ତାହା ଆପଣ ନିଜେ ସ୍ଥିର କରିବା ଉଚିତ

* ସାମାଜିକ ଅପରାଧ :-
୧.ତତ୍ତ୍ବ ବିହୀନ ରାଜନୀତି
୨.ଶ୍ରମ ବିହୀନ ସମ୍ପତି
୩.ନୈତିକତା ବିହୀନ ବାଣିଜ୍ୟ
୪.ଶାଳୀନ ବିହୀନ ଶିକ୍ଷା
୫.ବିବେକ ବିହୀନ ଆମୋଦ ପ୍ରମୋଦ
୬.ମାନବିକତା ଶୂନ୍ୟ ବିଜ୍ଞାନ
୭.ତ୍ୟାଗ ବିହୀନ ପୂଜା
       M.K. Gandhi

ବିଦ୍ୟା ମହାମିତ ବିଦ୍ୟା ମହାବଳ
ବିଦ୍ୟା ଅଟେ ମହାଧନ
ଜଗତେ ବିଦ୍ବାନ ଲଭଇ ସମ୍ମାନ
ମୁର୍ଖ ପାଏ ଅପମାନ

ଯା ଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର
ଯୋଗ୍ୟ ସେହି ପାଇବାକୁ ଗୁରୁ ଅଧିକାର
ନିଜକୁ ଯେ ନିରନ୍ତର ଶିଷ୍ୟ ରୂପେ ମଣେ
ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟେ ଜଣେ

ଯା ମନ ଯେପରି ତା’ପାଇଁ ସେପରି ଫଳ ଥୋଇଥାଏ ବିଶ୍ବ
ଉଚ୍ଚମନା ଉଚ୍ଚେ ଅମୃତ ଲଭଇ ନିଚ୍ଚମନା ପାଏ ବିଷ

ଥରକୁ ଥର ପଡ଼ିତଳେ, ଚାଲଇ ଅଭ୍ୟାସର ବଳେ
ତେସନେ ଅଭ୍ୟାସର ବଳେ, ବିଜୟ ଲଭିବ ଭୂତଳେ

ସଂସ୍କୃତ ଶ୍ଲୋକ
ବିଦ୍ୟାନାମ ନରସ୍ୟ ରୂପମଧିକଂ ପ୍ରଚ୍ଛନ୍ନଗୁପ୍ତଂ ଧନମ୍
ବିଦ୍ୟାଲାଭକରୀ ଯଶଃଶୁଭକରୀ ବିଦ୍ୟା ଗୁରୁଣାମ୍ ଗୁରୁଃ ।।
ବିଦ୍ୟା ବନ୍ଧୁଜନୋ ବିଦେଶଗମନେ ବିଦ୍ୟାପରଂ ଦୈବତମ୍
ବିଦ୍ୟା ରାଜସୁ ପୂଜ୍ୟତେ ନହି ଧନଂ ବିଦ୍ୟାବିହୀନଃ ପଶୁଃ ।।

ମାତେବ ରକ୍ଷତି ପିତେଵ ହିତେ ନିଯୁଂକ୍ତେ
କାନ୍ତେବଚାପିରମୟତ୍ୟପନୀୟ ଖେଦମ୍ 
ଲକ୍ଷ୍ମୀଂ ତନୋତି ବିତନୋତି ଚ ଦିକ୍ଷୁକୀର୍ତ୍ତିମ୍
କିଂ କିଂ ନ ସାଧୟତି କଳ୍ପଲତେଵ ବିଦ୍ୟା ।।

ନାସ୍ତି ବିଦ୍ୟାସମୋ ବନ୍ଧୁଃ ନାସ୍ତି ସତ୍ୟସମଂ ତପଃ
ନାସ୍ତି ରୋଗସମଂ ଦୁଃଖ ନାସ୍ତି ତ୍ୟାଗସମଂ ସୁଖମ୍

ପୁସ୍ତକସ୍ଥା ତୁ ଯା ବିଦ୍ୟା ପରହସ୍ତଗତଂ ଧନଂ
କାର୍ଯ୍ୟକାଳେ ସମୁତ୍ପନ୍ନେ ନ ସା ବିଦ୍ୟା ନ ତତ୍ ଧନମ୍ ।।

ଯସ୍ୟ ନାସ୍ତି ସ୍ବୟଂ ପ୍ରଜ୍ଞା ଶାସ୍ତ୍ରଂତସ୍ୟ କରୋତି କିମ୍
ଲୋଚନାଭ୍ୟାମ୍  ବିହୀନସ୍ୟ ଦର୍ପଣଃ କିଂ କରିଷ୍ୟତି ।।

ଆହାରନିଦ୍ରା ଭୟମୈଥୁନଂ ଚ
ସମାନ ମେତତ୍ ପଶୁଭିଃ ନରାଣାମ୍
ଧର୍ମୋହିତେଷାମଧିକଂ ବିଶେଷାଃ
ଧର୍ମେଣ ହୀନାଃ ପଶୁଭିଃ ସମାନାଃ ।।

ଘୃଷ୍ଟମ୍ ଘୃଷ୍ଟମ୍ ପୁନରପି ପୁନଃ ଚନ୍ଦନମ୍ ଚାରୁଗନ୍ଧମ୍
ଛିନ୍ନମ୍ ଛିନ୍ନମ୍ ପୁନରପି ପୁନଃ ସ୍ବାଦୁଚୈବେକ୍ଷୁଦଣ୍ଡମ୍
ଦଗ୍ଧମ୍ ଦଗ୍ଧମ୍ ପୁନରପି ପୁନଃ କାଂଚନମ୍ କାନ୍ତବର୍ଣ୍ଣମ୍
ନ ପ୍ରାନାନ୍ତେ ପ୍ରକୃତି ବିକୃତିର୍ଜାୟତେ ଚୋତ୍ତମାନାମ୍ ।।

ପ୍ରିୟ ବାକ୍ୟ ପ୍ରଦାନେନ ସର୍ବେ ତୁଷ୍ୟନ୍ତି ଜନ୍ତବଃ
ତସ୍ମାତ୍ତଦେବ ବକ୍ତବ୍ୟମ୍ ବଚନେ କା ଦରିଦ୍ରତା




ENGLISH

Wednesday, 28 February 2018

ODIA METHOD

 ଓଡ଼ିଆ ଶିକ୍ଷାଦାନ -ଶିକ୍ଷଣ ପଦ୍ଧତି
METHODS OF TEACHING LEARNING

     ବିଦ୍ୟାଳୟରେ ଶିକ୍ଷକମାନେ ଶିକ୍ଷାଦାନରେ ସଫଳତା ପାଇଁ ବିଭିନ୍ନ ଶିକ୍ଷାଦାନ-ଶିକ୍ଷଣ ପଦ୍ଧତି ଅବଲମ୍ବନ କରିଥାନ୍ତି କେତେକ ଶିକ୍ଷକ ନିଜର ସାମର୍ଥ୍ୟର ଅଭାବରୁ ଶିକ୍ଷାଦାନକୁ ନିରସ ଓ ଅସଫଳ କରିଥାନ୍ତି ଫଳରେ ସେମାନେ ଶିକ୍ଷଣ ଲକ୍ଷ୍ୟ ହାସଲ କରିପାରି ନଥାନ୍ତି  ଶିକ୍ଷାର୍ଥୀମାନଂକର ବୟସ, ସାମର୍ଥ୍ୟ, ଆଗ୍ରହ, ରୁଚି, ପୂର୍ବଜ୍ଞାନ ଏବଂ ମନସ୍ତାତ୍ତ୍ବିକ ଅବସ୍ଥାକୁ ଦୃଷ୍ଟିରେ ରଖି ଶିକ୍ଷକ ଶିକ୍ଷାଦାନ ଓ ଶିକ୍ଷଣର ଶୈଳୀ ସ୍ଥିରକରିବା ଆବଶ୍ୟକ  ଗୋଟିଏ ପ୍ରକାର ଶିକ୍ଷଣ କାର୍ଯ୍ୟ ସମସ୍ତ ବିଷୟ ଓ ପ୍ରସଂଗ ଉପରେ ସଫଳତା ଆଣିପାରିନଥାଏ ତେଣୁ ଆବଶ୍ୟକତା ଅନୁଯାୟୀ ଏହାର ପରିବର୍ତ୍ତନ କରାଯିବା ଆବଶ୍ୟକ  ଜଣେ ଆଦର୍ଶ ଶିକ୍ଷକ ନିଜର ବ୍ୟକ୍ତିଗତ ଚରିତ୍ର, ବିଷୟଗତ ଜ୍ଞାନ ଓ ତଥ୍ୟ ସଂଚାର କୌଶଳ ପାଇଁ ଅନ୍ୟ ମାନଂକ ଠାରୁ ଭିନ୍ନ ଅଟନ୍ତି  କଥାରେ ଅଛି –
-  A poor teacher tells.
- An average teacher explains.
- A good teacher demonstrates.
- A great teacher inspires.
     ସାଧାରଣତଃ ବିଦ୍ୟାଳୟରେ ମାତୃଭାଷାରେ ଗଦ୍ୟ, ପଦ୍ୟ ଓ ଏକାଂକିକା ସହିତ ଅତିରିକ୍ତ ସାହିତ୍ୟର ମଧ୍ୟ ଶିକ୍ଷାଦାନ-ଶିକ୍ଷଣ କାର୍ଯ୍ୟ କରାଯାଇଥାଏ  ଏହି ସମସ୍ତ ଶିକ୍ଷାଦାନ-ଶିକ୍ଷଣରେ ତିନୋଟି ସୋପାନ ଯଥା – ଉପକ୍ରମ, ଉପସ୍ଥାପନ ଓ ମୂଲ୍ୟାୟନର ଅନୁସରଣ କରାଯାଇ ଥାଏ  କିନ୍ତୁ ଶିକ୍ଷାଦାନର ଉଦ୍ଦେଶ୍ୟ ଦୃଷ୍ଟିରୁ ଅଳ୍ପ କେତେକ କ୍ଷେତ୍ରରେ ପ୍ରଣାଳୀଗତ ପାର୍ଥକ୍ୟ ଦେଖାଯାଏ 
......................................................................

ଗଦ୍ୟ ଶିକ୍ଷାଦାନ-ଶିକ୍ଷଣ
  ମାତୃଭାଷାରେ ଗଦ୍ୟର ଏକ ସ୍ବତନ୍ତ୍ର ସ୍ଥାନ ରହିଛି ଗଦ୍ୟ ଆମ ଚିନ୍ତାଶକ୍ତି ଓ ଯୁକ୍ତିଶକ୍ତିକୁ ଉନ୍ନତ କରେ  ଭାଷା ଜ୍ଞାନକୁ ସମୃଦ୍ଧ କରେ  ସମସ୍ତ ମାନବିକ ମୂଲ୍ୟବୋଧର ବିକାଶରେ ସାହାଯ୍ୟ କରିଥାଏ  ଏହା ବ୍ୟକ୍ତିର ବ୍ୟକ୍ତିତ୍ବ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ  ବିଦ୍ୟାଳୟରେ ଭାଷାର ଗଦ୍ୟ ଶିକ୍ଷାଦାନ-ଶିକ୍ଷଣର ଉଦ୍ଦେଶ୍ୟକୁ ଆଖି ଆଗରେ ରଖି ଶିକ୍ଷାଦାନ-ଶିକ୍ଷଣ ପ୍ରଣାଳୀ ସ୍ଥିରକରିବା ଆବଶ୍ୟକ 
ଗଦ୍ୟ ଶିକ୍ଷାଦାନ – ଶିକ୍ଷଣର ଉଦ୍ଦେଶ୍ୟ :-
·        ଶିକ୍ଷାଦାନ ଶେଷରେ ଶିକ୍ଷାର୍ଥୀମାନେ ବିଭିନ୍ନ ନୂତନ ଓ କ୍ଲିଷ୍ଟ ଶବ୍ଦର ଅର୍ଥ ଜାଣିବେ ଓ ସେଗୁଡ଼ିକୁ ଭାଷାରେ ବ୍ୟବହାର କରିପାରିବେ
·         ଶୁଣିବା, କହିବା, ପଢ଼ିବା ଓ ଲେଖିବା ଦକ୍ଷତାର ଅଭିବୃଦ୍ଧି ସାଧନ ହେବ
·        ଭାଷାର ପ୍ରୟୋଗବିଧି ସମ୍ପର୍କରେ ଧାରଣା ପାଇବେ
·        ନୂତନ ବିଷୟରେ ଜ୍ଞାନ ଅର୍ଜନ କରିବେ
·         ଚିନ୍ତାଶକ୍ତି, ଯୁକ୍ତିଶକ୍ତି ଓ କଲ୍ପନାଶକ୍ତିର ଅଭିବୃଦ୍ଧି ସାଧନ ହେବ
·         ଲେଖକ, ପ୍ରାବନ୍ଧିକଙ୍କ ସମ୍ପର୍କରେ ଅଧିକ ଜାଣିବେ ଏବଂ ସେମାନଂକର ରଚନାଶୈଳୀ ସହିତ ପରିଚିତ ହେବେ
·        ପଢୁଥିବା ପାଠକୁ ଆଧାରକରି ତଥ୍ୟ ଆହରଣ ଓ ଆନନ୍ଦ ଲାଭ କରିବେ
·        ବ୍ୟାକରଣ ଜ୍ଞାନର ଅଭିବୃଦ୍ଧିସାଧନ ହେବ
·        ବ୍ୟାପକ ପଠନ ପାଇଁ ଆଗ୍ରହ ସୃଷ୍ଟି ହେବ
·        ସର୍ଜନ ଶକ୍ତିର ବିକାଶ ସାଧିତ ହେବ
·        ସ୍ବଦେଶ ପ୍ରିତି, ମାନବିକ ମୂଲ୍ୟବୋଧର ସମ୍ପର୍କରେ ସଚେତନତା ସୃଷ୍ଟିହେବ

   ଗଦ୍ୟ ଶିକ୍ଷାଦାନ-ଶିକ୍ଷଣ ପାଇଁ ମୁଖ୍ୟତଃ ତିନିଗୋଟି ସୋପାନ ଅନୁକରଣ କରିବାକୁ ହୁଏ ଯଥା:- କ-ଉପକ୍ରମ, ଖ- ଉପସ୍ଥାପନ, ଗ- ମୂଲ୍ୟାୟନ 
- ଉପକ୍ରମ- ଛାତ୍ରଛାତ୍ରୀଙ୍କ ମନରେ ନୂତନ ପାଠ ପ୍ରତି ଆଗ୍ରହ ସୃଷ୍ଟିକରି ପ୍ରସଂଗ ବା ବିଷୟରେ ପ୍ରବେଶ କରିବା ଏହି ସୋପାନର ଉଦ୍ଦେଶ୍ୟ  ବାସ୍ତବ ପଦାର୍ଥ, ମଡେଲ, ଚିତ୍ର, ଗୀତ, ଗଳ୍ପ ତଥା ବିଭିନ୍ନ ପ୍ରଶ୍ନର ସାହାଯ୍ୟରେ ଏହି କାର୍ଯ୍ୟ ହୋଇଥାଏ  ଶେଷରେ ଶିକ୍ଷକ ଉଦ୍ଦେଶ୍ୟ ଜ୍ଞାପନ କରି କଳାପଟାରେ ପ୍ରସଂଗ ସ୍ଥାନ ପୂରଣ କରନ୍ତି                                    
-ଉପସ୍ଥାପନା - ଏହି ସୋପାନରେ ପ୍ରଥମେ ଶିକ୍ଷକ  ଲେଖକ/ପ୍ରାବନ୍ଧିକଙ୍କ ସମ୍ପର୍କରେ ସୂଚନା ଦେଇଥାନ୍ତି ଓ ବିଷୟର ପୃଷ୍ଠଭୂମି ଓ ସଂକ୍ଷିପ୍ତ ସାରାଂଶ ପ୍ରଦାନ କରିଥାନ୍ତି 
- ଶିକ୍ଷକଙ୍କ ଆଦର୍ଶ ଉଚ୍ଚ ପଠନ- ଶିକ୍ଷକ ଶ୍ରେଣୀରେ ପ୍ରସଂଗଟିକୁ ଉଚ୍ଚ ସ୍ବରରେ ପାଠ କରନ୍ତି ପଠନ ସମୟରେ ସ୍ପଷ୍ଟତା, ଶୁଦ୍ଧତା ଏବଂ ବିରାମ ଚିହ୍ନ ପ୍ରତି ଦୃଷ୍ଟି ଦେଇଥାନ୍ତି  ଏହି ପଠନ ଛାତ୍ରଛାତ୍ରୀଙ୍କ ପାଇଁ ଯେପରି ଆଦର୍ଶ ଓ ଅନୁକରଣୀୟ ହେବ ସେଥିପାଇଁ ଦୃଷ୍ଟି ଦେଇଥାନ୍ତି 
- ଶିକ୍ଷାର୍ଥୀଙ୍କ ସରବ ପଠନ- ଶିକ୍ଷକଙ୍କ ଆଦର୍ଶ ଉଚ୍ଚ ପଠନ ପରେ ଶିକ୍ଷକ ଶ୍ରେଣୀର କେତେକ ଶିକ୍ଷାର୍ଥୀଙ୍କୁ ପ୍ରସଂଗର କୌଣସି ଅଂଶ ବଡ଼ ପାଟିରେ ପଢ଼ିବା ପାଇଁ କହିଥାନ୍ତି  ଶିକ୍ଷାର୍ଥୀ ମାନଂକର ତ୍ରୁଟିକୁ ଅନ୍ୟ ପିଲାଂକଦ୍ବାରା  ସଂଶୋଧନ କରନ୍ତି  ଏହି ସୋପାନରେ ଦୁର୍ବଳ ପିଲାଂକୁ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ  ଆବଶ୍ୟକତା ଅନୁସାରେ ପିଲାଂକୁ ବିଭିନ୍ନ ଦଳରେ ବିଭକ୍ତ କରି ଉଚ୍ଚ ପଠନ ପ୍ରତିଯୋଗୀତା କରାଯାଇପାରେ 
- ଶବ୍ଦାର୍ଥ ବୋଧ ଓ ଶବ୍ଦାନୁଶୀଳନ- ପ୍ରସଂଗରେ ଥିବା କଠିନ ଶବ୍ଦକୁ ଛାତ୍ରଛାତ୍ରୀମାନେ ଚିହ୍ନଟ କରନ୍ତି ଓ ଶିକ୍ଷକ ଏଗୁଡ଼ିକୁ କଳାପଟାରେ ଲେଖିଥାନ୍ତି  ଏହି ଶବ୍ଦଗୁଡ଼ିକର ଅର୍ଥ ବୁଝାଇବା ପାଇଁ ଶିକ୍ଷକ ପ୍ରକୃତ ବସ୍ତୁ, ଚିତ୍ର, ନମୁନା, ରେଖାଚିତ୍ର, ଗଳ୍ପ କଥନ, ଉଦାହରଣ, ବିପରୀତାର୍ଥ ବୋଧକ ଶବ୍ଦ, ସମାର୍ଥ ବୋଧକ ଶବ୍ଦ, ସନ୍ଧି ବିଚ୍ଛେଦ ଇତ୍ୟାଦିର ସାହାଯ୍ୟ ନିଅନ୍ତି  ଏହାପରେ ବାକ୍ୟ ଗଠନ ସାହାଯ୍ୟରେ ଶବ୍ଦ କିପରି ଭାଷାରେ ବ୍ୟବହାର ହୁଏ ତାହା ଶିଖାଇ ଦିଆଯାଏ ପିଲାମାନେ ଉପଯୁକ୍ତ ବାକ୍ୟଟିଏ କହିଲେ ଶିକ୍ଷକ ତାକୁ କଳାପଟାରେ ଲେଖି ତାକୁ ଉତ୍ସାହିତ କରନ୍ତି ଓ ଛାତ୍ରଛାତ୍ରୀମାନେ ଏହାକୁ ନିଜ ଖାତାରେ ଲେଖି ନିଅନ୍ତି 
- ଛାତ୍ରଛାତ୍ରୀଙ୍କ ନିରବ ପଠନ- ଛାତ୍ରଛାତ୍ରୀମାନେ କଠିନ ଶବ୍ଦର ଅର୍ଥ ଓ ବ୍ୟବହାର ଜାଣିବା ପରେ ପ୍ରସଂଗଟିକୁ ନିରବରେ ପଢ଼ିବା ପାଇଁ ଦିଆଯାଏ  ଏହାଦ୍ବାରା ପ୍ରସଂଗ ନିହିତ ଭାବଧାରା ବୁଝିବା ପାଇଁ ଛାତ୍ରଛାତ୍ରୀମାନେ ସମର୍ଥ ହୁଅନ୍ତି  ଅନ୍ୟ ପ୍ରକାରରେ ନିରବ ପଠନ ପାଇଁ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଦୁଇ ତିନୋଟି ପ୍ରଶ୍ନ ଦେଇ ଏହାର ଉତ୍ତର ଖୋଜି ବାହାର କରିବାକୁ ଦେଇ ପାରନ୍ତି  ଫଳରେ ଛାତ୍ରଛାତ୍ରୀମାନେ ଉତ୍ତର ଖୋଜିବା ସମୟରେ ନିରବ ପଠନ ହୋଇଥାଏ 
- ପ୍ରସଂଗର ଭାବନ୍ମୋଚନ ଓ ବୋଧଜ୍ଞାନ- ଛାତ୍ରଛାତ୍ରୀମାନେ ବିଷୟ ବସ୍ତୁକୁ କେତେ ହୃଦୟଂଗମ କଲେ ତାହା ଜାଣିବା ପାଇଁ ଶିକ୍ଷକ କେତେ ଗୁଡ଼ିଏ ପ୍ରଶ୍ନ ପଚାରି ଥାନ୍ତି  ପିଲାମାନେ ବୁଝି ନଥିବା ଧାରଣାକୁ ବିଶ୍ଳେଷଣ କରି ତାକୁ ବୁଝାଇ ଥାନ୍ତି  ଆବଶ୍ୟକ ପଡ଼ିଲେ ଦଳ ଗଠନ କରି ଛାତ୍ରଛାତ୍ରୀମାନେ ଲେଖିଥିବା ଉତ୍ତରକୁ ଉପସ୍ଥାପନା, ଆଲୋଚନା ଓ ସଂକ୍ଷେପଣ ଦ୍ବାରା ସମାଧାନ କରିଥାନ୍ତି 

- ମୂଲ୍ୟାୟନ- ଏହି ସୋପାନରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଉପଲବ୍ଧିର ମୂଲ୍ୟାୟନ କରାଯାଇଥାଏ  ଶିକ୍ଷାଦାନର ଉଦ୍ଦେଶ୍ୟ ଗୁଡ଼ିକ କେତେଦୂର ପୂରଣ ହେଲା ଜାଣିବା ପାଇଁ ଲବ୍ଧଜ୍ଞାନ ପରିମାପକ ପ୍ରଶ୍ନ ଦ୍ବାରା ମୂଲ୍ୟାୟନ କରାଯାଇ ଥାଏ  ଏହାର ଫଳାଫଳକୁ ବିଚାର କରି ଶିକ୍ଷକ ଶିକ୍ଷାଦାନ-ଶିକ୍ଷଣର ପରବର୍ତ୍ତୀ କାର୍ଯ୍ୟ ସ୍ଥିର କରିଥାନ୍ତି 
.............................................................................


ପଦ୍ୟ ଶିକ୍ଷାଦାନ-ଶିକ୍ଷଣ
      କବିତା ଶିକ୍ଷାଦାନ ଦ୍ବାରା ଶିକ୍ଷକ ଏହାର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ଓ ଭାବକୁ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରି ତାହାର କବ୍ୟିକ ଆନନ୍ଦ ସହିତ ପରିଚିତ କରାଇଥାନ୍ତି  କବିତାରେ ବର୍ଣ୍ଣିତ ବିଷୟର ଭାବଧାରା, କବି ମନର କଳ୍ପନା, କବିତାରେ ଛନ୍ଦର ଲାଳିତ୍ୟ, ଅର୍ଥର ଚମତ୍କାରିତା, ଆବେଗାନୁଭୂତିର ଗାମ୍ଭିର୍ଯ୍ୟ ପ୍ରକାଶକାରୀ ଶବ୍ଦହିଁ ଏହାର ସୌନ୍ଦର୍ଯ୍ୟ  କଥାରେ ଅଛି :- Poetry is blossom and the fragrance of all human knowledge, human thoughts, human passions, emotions, and language.
     କବିତାର ଅଧ୍ୟୟନ ପାଠକକୁ ଆନନ୍ଦ ଦିଏ ଓ ସୌନ୍ଦର୍ଯ୍ୟ ଉପଲବ୍ଧି ପାଇଁ  ସୁଯୋଗ ଦିଏ  ଗଦ୍ୟ ମସ୍ତିସ୍କକୁ ସ୍ପର୍ଶ କଲାବେଳେ ପଦ୍ୟ ହୃଦୟକୁ ସ୍ପର୍ଶ କରିଥାଏ , ଗଦ୍ୟ ଯୁକ୍ତିଶକ୍ତିକୁ ଶାଣିତ କଲାବେଳେ କବିତା ରୁଚିବୋଧ ଓ ସୌନ୍ଦର୍ଯ୍ୟକୁ ମାର୍ଜିତ କରେ ତେଣୁ ପଦ୍ୟ ଶିକ୍ଷାଦାନର ଉଦ୍ଦେଶ୍ୟ ଗଦ୍ୟ ଶିକ୍ଷାଦାନର ଉଦ୍ଦେଶ୍ୟ ଠାରୁ ସାମାନ୍ୟ ପାର୍ଥକ୍ୟ ରଖିଥାଏ 

ପଦ୍ୟ ଶିକ୍ଷାଦାନ-ଶିକ୍ଷଣର ଉଦ୍ଦେଶ୍ୟ :-
·         ଶିକ୍ଷାର୍ଥୀମାନେ କବିତାରେ ବର୍ଣ୍ଣିତ ବିଷୟର ଭାବଧାରା ବୁଝି ପାରିବେ
·         ଶିକ୍ଷାର୍ଥୀମାନେ ଶ୍ରବଣ, କଥନ, ପଠନ / ଆବୃତ୍ତି , ଲିଖନ ଦକ୍ଷତାର ବିକାଶ ସାଧନ କରିପାରିବେ
·         କବି ମନର ଚିନ୍ତା, ଆବେଗ, ଅନୁଭୂତି ସମ୍ପର୍କରେ ଧାରଣା କରିପାରିବେ
·         କବିତା ପାଠ କରି ତାହାର ଆନନ୍ଦ ଉପଭୋଗ କରିପାରିବେ
·         ଶିକ୍ଷାର୍ଥୀମାନଙ୍କର ସୌନ୍ଦର୍ଯ୍ୟବୋଧ ବିକଶିତ ହେବ
·         ସେମାନଙ୍କର  କଳ୍ପନା ଶକ୍ତିର ବିକାଶ ହେବ
·         ଶିକ୍ଷାର୍ଥୀମାନେ ମାନବିକ ଗୁଣାବଳୀ ସହିତ ପରିଚିତ ହେବେ
·         କବିତାରେ ବିଶେଷ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥିବା ଶବ୍ଦ ବା ଶବ୍ଦଗୁଡ଼ିକର ତାତ୍ପର୍ଯ୍ୟ ବୁଝି ପାରିବେ
·         ନିଜ ଦେଶର ଐତିହ୍ୟ ଓ ସଂସ୍କୃତି ସହିତ ପରିଚିତ ହେବେ
·         ଅଧିକରୁ ଅଧିକ କବିତା ପଢ଼ିବାପାଇଁ ପ୍ରେରଣା ଲାଭ କରିବେ
·         ଛାତ୍ରଛାତ୍ରୀମାନଙ୍କର ସୃଜନିଶକ୍ତିର ବିକାଶ ସାଧନ ହେବ

ଗଦ୍ୟ ଶିକ୍ଷାଦାନ ପରି ପଦ୍ୟ ଶିକ୍ଷାଦାନ-ଶିକ୍ଷଣର ମଧ୍ୟ ତିନୋଟି ସୋପାନକୁ ଗ୍ରହଣ କରାଯାଇ ଥାଏ  ଯଥା :- କ-ଉପକ୍ରମ, ଖ- ଉପସ୍ଥାପନ, ଗ- ମୂଲ୍ୟାୟନ
- ଉପକ୍ରମ - ନୂତନ ପାଠ ପ୍ରତି ଆଗ୍ରହ ଓ କୌତୁହଳ ସୃଷ୍ଟି କରିବା ପାଇଁ ନୂତନ ପ୍ରସଂଗର ଭାବଧାରା ସହିତ ସମାନତା ରକ୍ଷା କରୁଥିବା କିଛି କବିତାଂଶ, ଚିତ୍ର, ମଡେଲ୍, ଗଳ୍ପ କଥନ, ପ୍ରଶ୍ନୋତ୍ତର ଇତ୍ୟାଦିର ସାହାଯ୍ୟ ନେଇ ଉପକ୍ରମ କରାଯାଇ ଥାଏ  ଏଥିରେ କେତୋଟି ସରଳ ଓ ସଂକ୍ଷିପ୍ତ ପ୍ରଶ୍ନ ପଚରା ଯାଇଥାଏ  ଏହାପରେ ଶିକ୍ଷକ ନିଜର ଉଦ୍ଦେଶ୍ୟ ଜଣାଇ କଳାପଟାରେ ପ୍ରସଂଗ ସ୍ଥାନ ପୂରଣ କରିଥାନ୍ତି 
- ଉପସ୍ଥାପନ– ଉପସ୍ଥାପନରେ ପ୍ରାରମ୍ଭିକ କାର୍ଯ୍ୟ ହେଲା କବି ପରିଚୟ  ଏହି କବି ପରିଚୟରେ କବିଙ୍କ ନାମ, ଜନ୍ମସ୍ଥାନ, ଜନ୍ମ ସମୟ ଏବଂ କବିଙ୍କ ଅନ୍ୟ କବିତା ଗୁଡ଼ିକ ବିଷୟରେ ସୁଚନା ଦିଆଯାଏ ଏବଂ ଛାତ୍ରଛାତ୍ରୀମାନେ ଏହାକୁ ନିଜ ଖାତାରେ ଲେଖିଥାନ୍ତି  କବିଙ୍କ ଫଟୋ ବା ମଡେଲ୍ ଦେଖାଇ ଏହି କାର୍ଯ୍ୟ କରାଗଲେ ଏହା ଅଧିକ ଆକର୍ଷଣୀୟ ହୋଇଥାଏ 
- କବିତାର ପୃଷ୍ଠଭୂମି ଓ ସଂକ୍ଷିପ୍ତ ସାରାଂଶ କଥନ – ଏହି କାର୍ଯ୍ୟ ଛାତ୍ରଛାତ୍ରୀମାନଂକୁ କବିତାରେ ଥିବା ଭାବଧାରାକୁ ସହଜରେ ହୃଦୟଂଗମ କରିବା ପାଇଁ ବିଶେଷ ସାହାଯ୍ୟ କରିଥାଏ  ଶିକ୍ଷକ କବିତାରେ ଥିବା ସାରମର୍ମକୁ ଅତି ସଂକ୍ଷେପରେ ଉପସ୍ଥାପନ କରିବା ଆବଶ୍ୟକ 
- ଶିକ୍ଷକଙ୍କ ଆଦର୍ଶ ଆବୃତ୍ତି – କବିତାର ଭାବକୁ ଦୃଷ୍ଟିରେ ରଖି ଶିକ୍ଷକ ଭଲଭାବରେ ଆବୃତ୍ତି କଲେ ଛାତ୍ରଛାତ୍ରୀମାନେ ବିଷୟ ବସ୍ତୁର ଅଧିକାଂଶ ବୁଝି ପାରିଥାନ୍ତି । ଆବଶ୍ୟକ ସ୍ଥଳେ ଶିକ୍ଷକ ଦୁଇ ତିନିଥର ଆବୃତ୍ତି କରିବା ଉଚିତ୍ 
- ଛାତ୍ରଛାତ୍ରୀଙ୍କ ନୀରବ ପଠନ – କବିତାର ଭାବଗ୍ରହଣ ପାଇଁ ଶିକ୍ଷକଙ୍କ ଆଦର୍ଶ ଆବୃତ୍ତି ପରେ ଛାତ୍ରଛାତ୍ରୀମାନେ ନୀରବ ପଠନ କରିଥାନ୍ତି  କେତେକ ସମୟରେ ଶିକ୍ଷକ କୌଣସି ପଦକୁ ଗଦ୍ୟରେ କହିବା ପରେ ଛାତ୍ରଛାତ୍ରୀମାନଂକୁ ପ୍ରସଂଗର ପଦଟିକୁ ଖୋଜିବା ପାଇଁ ନିର୍ଦ୍ଦେଶ ଦେଇ ଏହି କାର୍ଯ୍ୟକୁ ମଧ୍ୟ କରିପାରନ୍ତି 
- କବିତାର ଭାବ ଉନ୍ମୋଚନ – ଗଦ୍ୟ ଶିକ୍ଷାଦାନ-ଶିକ୍ଷଣରେ କରାଯାଉଥିବା ଶବ୍ଦ କାଠିନ୍ୟ  ଦୂରୀକରଣ ଓ ଶବ୍ଦାନୁଶୀଳନ ପରି କାର୍ଯ୍ୟ ପଦ୍ୟ ଶିକ୍ଷାଦାନ-ଶିକ୍ଷଣ ସମୟରେ କରାଯାଏ ନାହିଁ । ଏଥିରେ କବିତାର ଭାବଗ୍ରହଣ ଓ ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ଉପଲବ୍ଧି ପାଇଁ ଚେଷ୍ଟା କରାଯାଏ   କବିତାରେ ଭାବବୋଧ ତଥା ସୌନ୍ଦର୍ଯ୍ୟ ଉପଲବ୍ଧିରେ ବାଧା  ସୃଷ୍ଟି କରୁଥିବା କଠିନ ଶବ୍ଦର ଅର୍ଥକୁ ପ୍ରଶ୍ନ ମାଧ୍ୟମରେ, ସରଳ ବର୍ଣ୍ଣନା ମାଧ୍ୟମରେ, ବୁଝାଇ ଦେବା ଆବଶ୍ୟକ  ଶିକ୍ଷକ ସହଜ, ସରଳ, ସଂକ୍ଷିପ୍ତ ଓ ଉଦ୍ଦେଶ୍ୟ ଆଧାରିତ ପ୍ରଶ୍ନ ମାଧ୍ୟମରେ କବିତାର ଭାବ ବିଶ୍ଳେଷଣ କରନ୍ତି 
- ଛାତ୍ରଛାତ୍ରୀଙ୍କ ଦ୍ବାରା ରସାନୁସାରିଣୀ ଆବୃତ୍ତି – ଏହା କବିତାର ରସ ଉପଲବ୍ଧିରେ ସାହାଯ୍ୟ କରିଥାଏ  ଛାତ୍ରଛାତ୍ରୀଙ୍କ ଆବୃତ୍ତିଗତ ତ୍ରୁଟିକୁ ଛାତ୍ରଛାତ୍ରୀ ବା ଶିକ୍ଷକଙ୍କ ଦ୍ବାରା ସଂଶୋଧନ କରାଯାଇଥାଏ । କବିତାଟି ଗାନଯୋଗ୍ୟ ହୋଇଥିଲେ କୌଣସି ଛାତ୍ରଛାତ୍ରୀ ଏହାକୁ ଗାଇ ପାରନ୍ତି  କେତେକ କ୍ଷେତ୍ରରେ ଶିକ୍ଷକ ସଂକ୍ଷିପ୍ତ ପ୍ରଶ୍ନ ପଚାରନ୍ତି ଓ ଛାତ୍ରଛାତ୍ରୀମାନେ ସେହି ତଥ୍ୟ ଥିବା ପଦକୁ ଗାନ କରିଥାନ୍ତି 
ଗ - ମୂଲ୍ୟାୟନ –ଏହି ସ୍ତରରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଉପଲବ୍ଧିର ମୂଲ୍ୟାୟନ କରାଯାଇଥାଏ  ଶିକ୍ଷାଦାନର ଉଦ୍ଦେଶ୍ୟକୁ ଆଧାର କରି ପ୍ରସଂଗରେ ବର୍ଣ୍ଣିତ ବିଭିନ୍ନ ତଥ୍ୟ, ଭାବ ଓ ସୌନ୍ଦର୍ଯ୍ୟ ଇତ୍ୟାଦିକୁ  ଆଖି ଆଗରେ ରଖି ବିଭିନ୍ନ ଲବ୍ଧଜ୍ଞାନ ପରିମାପକ ପ୍ରଶ୍ନ ପଚରା ଯାଇଥାଏ । ମୂଲ୍ୟାୟନକୁ ଆଧାର କରି ଶିକ୍ଷାଦାନ-ଶିକ୍ଷଣର ପରବର୍ତ୍ତୀ କାର୍ଯ୍ୟ ସ୍ଥିର କରାଯାଇ ଥାଏ 
..............................................................................

ଅତିରିକ୍ତ ସାହିତ୍ୟ ଶିକ୍ଷାଦାନ-ଶିକ୍ଷଣ
     ନୀରବ ଭାବରେ ଦ୍ରୁତ ପଠନ ଦ୍ବାରା ବିଷୟବସ୍ତୁର ସାରକଥାକୁ ଅଳ୍ପ ସମୟ ମଧ୍ୟରେ ଗ୍ରହଣକରି ଆନନ୍ଦପ୍ରାପ୍ତ ହେବା ଅତିରିକ୍ତ ସାହିତ୍ୟ  (Non-detailed study) ପଠନର ପ୍ରଧାନ ଉଦ୍ଦେଶ୍ୟ  ନିମ୍ନ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ଉଚ୍ଚ ପଠନ ଉପରେ ପ୍ରାଧାନ୍ୟ ଥିବାବେଳେ ଉଚ୍ଚ ଶ୍ରେଣୀରେ ନୀରବ ପଠନ ପାଇଁ ଦୃଷ୍ଟି ଦେଲେ ଏହା ବିଶେଷ ଫଳପ୍ରଦ ହୋଇଥାଏ 
     ଶିକ୍ଷାଦାନ-ଶିକ୍ଷଣ  ସମୟରେ ଶିକ୍ଷକ କେତେକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଏହି ଅତିରିକ୍ତ ସାହିତ୍ୟର ବିଷୟବସ୍ତୁକୁ ଶିକ୍ଷାଦାନ-ଶିକ୍ଷଣ କ୍ଷେତ୍ରରେ ପ୍ରସ୍ତୁତ କରିବା ଆବଶ୍ୟକ  ଅତିରିକ୍ତ ସାହିତ୍ୟ ଶିକ୍ଷାଦାନ-ଶିକ୍ଷଣର କେତେକ ଉଦ୍ଦେଶ୍ୟ ନିମ୍ନରେ ପ୍ରଦାନ କରାଗଲା 
·         ଶିକ୍ଷାର୍ଥୀମାନେ ବିଷୟବସ୍ତୁ ସମ୍ବନ୍ଧୀୟ ନୂତନ ଜ୍ଞାନ ଆହରଣ କରିବେ 
·         ଦ୍ରୁତ ପଠନଦ୍ବାରା ଅର୍ଥବୋଧରେ ଅଭ୍ୟସ୍ତ ହେବେ
·         ସାହିତ୍ୟର ସୌନ୍ଦର୍ଯ୍ୟ ଅନୁଭବ କରିବେ
·         ଭାଷା ବ୍ୟବହାର ଓ ବିଭିନ୍ନ ସାହିତ୍ୟିକ ଶୈଳୀ ସମ୍ବନ୍ଧରେ ସେମାନଂକର ଧାରଣା ସୃଷ୍ଟି ହେବ
·         କଳ୍ପନା ଶକ୍ତିର ଅଭିବୃଦ୍ଧି ଘଟିବ
·         ପଠନ ଦ୍ବାରା ଆନନ୍ଦ ଅନୁଭବ କରିବେ
·         ନୀରବ ପଠନରେ ଶିକ୍ଷାର୍ଥୀମାନେ ଅଭ୍ୟସ୍ତ ହେବେ
·         ଶିକ୍ଷାର୍ଥୀମାନଂକର ସର୍ଜନଶକ୍ତିର ବିକାଶ ହେବ
·         ଅଧିକ ପଠନଦ୍ବାରା ଶିକ୍ଷଣ ଦୃଢୀକରଣ ହେବ

     ମାତୃଭାଷାରେ ଗଦ୍ୟ ଶିକ୍ଷାଦାନ-ଶିକ୍ଷଣ ପାଇଁ ଅନୁସୃତ ସୋପାନ ଯଥା- ଉପକ୍ରମ, ଉପସ୍ଥାପନ ମୂଲ୍ୟାୟନ ଆଦିକୁ ଏହି ଅତିରିକ୍ତ ସାହିତ୍ୟ ଶିକ୍ଷାଦାନ-ଶିକ୍ଷଣରେ ଗ୍ରହଣ କରାଯାଇ ଥାଏ  ମାତ୍ର  ଅଳ୍ପ କେତେକ କ୍ଷେତ୍ରରେ କିଛି  ପ୍ରଣାଳୀଗତ ପାର୍ଥକ୍ୟ ଦେଖାଯାଏ 
     ମାତୃଭାଷାରେ ଅତିରିକ୍ତ ସାହିତ୍ୟ ପଠନ ସମୟରେ ଆଦର୍ଶ ଉଚ୍ଚପଠନ ପାଇଁ ଶିକ୍ଷକ ନିଜେ ପଠନ ନକରି କେତେଜଣ ଛାତ୍ରଛାତ୍ରୀଙ୍କ ଦ୍ବାରା ଉଚ୍ଚ ପଠନ କରାଇବା ଆବଶ୍ୟକ  ଫଳରେ ଶିକ୍ଷାର୍ଥୀଙ୍କ ପଠନ ଅଭ୍ୟାସ ଓ ପଠନ ଶୈଳୀ ମାର୍ଜିତ ହେବା ସଂଗେ ସଂଗେ ପଠନପାଇଁ ସେମାନେ ପ୍ରେରଣା ପାଇବେ  ଆବଶ୍ୟକ ସ୍ଥଳେ ଶିକ୍ଷକ ଆଦର୍ଶ ଉଚ୍ଚ ପଠନ କରିବେ 
     ଶିକ୍ଷାଦାନ-ଶିକ୍ଷଣ ସମୟରେ ଗଦ୍ୟ ପାଇଁ କରାଯାଉଥିବା ଶବ୍ଦାର୍ଥବୋଧ ଓ ଶବ୍ଦାନୁଶୀଳନ ଅତିରିକ୍ତ ସାହିତ୍ୟରେ ବିଶେଷ ଆବଶ୍ୟକ ପଡ଼େନାହିଁ  ଯଦି କଠିନ ଶବ୍ଦକୁ ବୁଝିବା ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟକର ହୁଏ ତେବେ ଶିକ୍ଷକ ଏହାର ଅର୍ଥକୁ ସିଧାସଳଖ ବୁଝାଇଦେବେ 
     ଅତିରିକ୍ତ ସାହିତ୍ୟ ଶିକ୍ଷଣରେ  ଭାବଧାରା ବୁଝାଇବା ପାଇଁ ବିଶଦ ଭାବରେ ଆଲୋଚନା କରାଯାଏ ନାହିଁ  କେବଳ ମୁଖ୍ୟ ଭାବଧାରାକୁ ଉପସ୍ଥାପନ କରିବା ପାଇଁ ଚେଷ୍ଟା କରାଯାଏ  ପଠିତାଂଶରୁ ସାରମର୍ମ ବା ସାରାଂଶ ମୂଳକ ପ୍ରଶ୍ନ ଦିଆଯାଇ ପାରେ  ପ୍ରଶ୍ନଗୁଡ଼ିକ ସାଧାରଣତଃ ଭାବମୂଳକ ହେଲେ ଭଲ 

     ଅତିରିକ୍ତ ସାହିତ୍ୟ ଶିକ୍ଷାଦାନ-ଶିକ୍ଷଣର ମୂଲ୍ୟାୟନ ଗଦ୍ୟ ପାଠପରି ହେବନାହିଁ  ଏଥିରେ ପଠିତାଂଶର ସାରକଥା, ନୀତିବାଣୀ, ବିଭିନ୍ନ ଚରିତ୍ର, ମୂଲ୍ୟବୋଧ ସମ୍ପର୍କିତ ପ୍ରଶ୍ନ ପଚରା ଯିବା ଆବଶ୍ୟକ